ଆସୁଛି ବାତ୍ୟା…., ଭାରତୀୟ ପାଣିପାଗ କଲା ସ୍ପଷ୍ଟ, ଜାଣନ୍ତୁ କେତେବେଳେ କଣ ହେବ

Odisha Hot News
1 Min Read

ଭୁବନେଶ୍ବର: ବଙ୍ଗୋପସାଗରରେ ଯେଉଁ ବାତ୍ୟା ହେବ ବୋଲି ଆଶଙ୍କା ଥିଲା ତାହା ଆଜି ସ୍ପଷ୍ଟ ହୋଇଛି। ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ବାତ୍ୟା ହେବ ବୋଲି ସ୍ପଷ୍ଟ କରିଛି। ବର୍ତ୍ତମାନ ଏହ ସମୁଦ୍ର ଭିତରେ ପ୍ରାୟ ପାଞ୍ଚି କିଲୋମିଟର ବ୍ୟାପି ଘନୀଭୂତ ହେବାରେ ଲାଗିଛି। ତେବେ ଏହି ବାତ୍ୟାର ରୂପରେଖ କିପରି ହେବ ତାହା ଜଣାପଡି ନାହିଁ।

ତେବେ ପାଣିପାଗ ବିଭାଗ ଅନୁସାରେ ୧ ତାରିଖରେ ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହେବ, ୨୨ ତାରିଖ ସକାଳ ସୁଦ୍ଧା ଅବପାତ ଏଂ ୨୩ ସୁଦ୍ଧା ବାତ୍ୟା ରୂପ ନେବ। ସେହିପରି ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 

Share This Article