Happy Birthday Naveen: ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ, ବହୁ ବିଶିଷ୍ଠ ବ୍ୟକ୍ତି ଦେଲେ ଶୁଭେଚ୍ଛା

Odisha Hot News
1 Min Read

Happy Birthday Naveen: ଆଜି ହେଉଛି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। ଆଜିଠାରୁ ନବୀନଙ୍କୁ 78 ବର୍ଷ ବୟସରେ ପଦାର୍ପଣ କଲେ। ସେ 1946 ଅକ୍ଟୋବର 16 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ମାତା ଜ୍ଞାନ ପଟ୍ଟନାୟକ ସୁପୁତ୍ର ଭାବେ ଜନ୍ମ ନେଇ ସେ ସାରା ବିଶ୍ବରେ ଜଣେ ଲୋକପ୍ରିୟ ରାଜନେତା ଭାବେ ପ୍ରଶଂସା ହାସଲ କରିଛନ୍ତି।

ତାଙ୍କର ଜନ୍ମ ଦିନରେ ବର୍ତ୍ତମାନ ସୁଦ୍ଧା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଭିନେତା କମଳ ହାସନ, ସାଂସଦ କାନମୋଝି, ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ପ୍ରମୁଖ ଶୁଭେଚ୍ଛା ଜଣାଇସାରିଲେଣି। ସମସ୍ତେ ନବୀନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

 

Share This Article