ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ଅଭଡା, ଆଇନି ମନ୍ତ୍ରୀ କଲେ ଘୋଷଣା

Odisha Hot News
1 Min Read

ଭୁବନେଶ୍ବର: ଏଣିକି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣାରେ ଅଭଡା ପ୍ରଦାନ କରାଯିବ। ଯେଉଁମାନେ ମହାପ୍ରସାଦ ସାରିବାକୁ ଚାହୁଛନ୍ତି ସେମାନଙ୍କୁ ମାଗଣା ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ସେ କହିଛନ୍ତି ଯେ, ବର୍ଷକୁ ଅଭଡା ବାବଦରେ 14 ରୁ ପନ୍ଦର କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ସରକାର ବାଚର ବିମର୍ଷ କରିବେ। ତେବେ ଏହି ଟଙ୍କା ସରକାରଙ୍କ ଉପରେ ନ ପକାଇ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ତେବେ ଏହା ଚଳିତ କାର୍ତ୍ତିକ ମାସ ପରେ ଲାଗୁ କରାଯିବ।

ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ତା ଉପରେ ଆଲୋଚନା ଚାଲିଛି। ମୁଖ୍ୟତଃ ସାତପାହଚରୁ ଧାଡିରେ କିପରି ଗୋଟିଏ ପଟେ ଭକ୍ତମାନ ପ୍ରବେଶ କରି ଅନ୍ୟପଟେ ବାହାରିବେ ସେ ନେଇ ପଦକ୍ଷେପ ନିଆଯାଉଛି। ଏହି ଶୃଙ୍ଖଳିତ ଦର୍ଶନ ଖୁବ ଶିଘ୍ର କାର୍ଯ୍ୟକାରୀ ହେବ।

Share This Article