ଆଜି ସଂଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡି ଉତ୍ସବ, ଭକ୍ତଙ୍କର ହେବ ସମାଗମ

Odisha Hot News
1 Min Read

ଭୁବନେଶ୍ବର: ଅଧର୍ମର ପରାଜୟ ଘଟି ହେବ ଧର୍ମର ଜୟ। ସେଥିପାଇଁ ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନରେ ବିଭିନ୍ନ ପୂଜା ମଣ୍ଡପ ତରଫରୁ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଥାଏ। ଏଥିରେ ବିରାଟକାୟ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇ ତାକୁ ବଧ କରାଯାଇଥାଏ।

ଗତକାଲି ସଂଧ୍ୟାରେ ଅନେକ ସ୍ଥାନରେ ବିଜୟା ଦଶମୀ ପାଳନ କରାଯାଇ ରାବଣ ପୋଡି କରାଯାଇଛି। ହେଲେ ଓଡିଶାର ଅନେକ ସ୍ଥାନରେ ଆଜି ରାବଣପୋଡି ଉତ୍ସବ ପାଳନ କରାଯାଉଛି। ତେବେ ହାଇକୋର୍ଟଙ୍କ ରାୟ ଅନୁସାରେ ଏଥର କଟକରେ ବାଣ ଫୁଟାଯାଇପାରିବ ନାହିଁ। ସେହିପରି ଭୁବନେଶ୍ବରରେ ଜନଗହଳି ସ୍ଥାନରୁ ବହୁଦୂରରେ ଏହି ଆତସବାଜି ପ୍ରତିଯୋଗୀତା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ରାବଣ ପୋଡି ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ଏବଂ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share This Article