ବହୁ ଦିନ ପରେ ଧରା ପଡିଲେ ସୁନା ଚୋରି ଅଭିଯୁକ୍ତା ମହିଳା

Odisha Hot News
1 Min Read

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅଞ୍ଚଳରେ ଗତ ନଭେମ୍ବର ମାସରେ ହୋଇଥିବା ଏକ ସୁନା ହାର ଚୋରି ଘଟଣା ର ତଦନ୍ତ ଚଳାଇ ବଡ଼ବଜାର ପୋଲିସ ଶେଷରେ ସଫଳତା ପାଇଛନ୍ତି।

ଘଟଣା ରୁ ପ୍ରକାଶ ଯେ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ଅଞ୍ଚଳରେ ପି ଭେଙ୍କଟେଶ୍ଵର ପାତ୍ର ନାମକ ଜଣେ ବ୍ୟବସାୟୀ ଙ୍କର ସୁନା ଦୋକାନରେ ଅତ୍ୟନ୍ତ ଭିଡର ସୁଯୋଗ ନେଇ ଜଣେ ମହିଳା କୌଶଳ କ୍ରମେ ଏକ ସୁନା ହାର ଚୋରି କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ରାତିରେ ଦୋକାନ ବନ୍ଦ ସମୟରେ ବ୍ୟବସାୟ ହିସାବ ବେଳେ ଗୋଟିଏ ସୁନା ହାର ର ଅଭାବ ପରିଲକ୍ଷିତ ହୋଇଥିଲା ଓ ଦୋକାନ ମାଲିକ ଓ କର୍ମଚାରୀ ମାନେ ସିସିଟିଭି କ୍ୟାମେରା ଫୁଟେଜ ଦେଖି ଜାଣିପାରିଲେ ଯେ ଉକ୍ତ ହାର ଚୋରି ହୋଇଛି।

ଏହି ଘଟଣା ବିଷୟରେ ଦୋକାନ ମାଲିକ ବଡ଼ବଜାର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇ ଚୋରି କରିଥିବା ମହିଳାଙ୍କୁ ଠାବ କରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତା ମହିଳା ଜଣଙ୍କ ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡିଛି।

Share This Article