ପୂଜା ମଣ୍ଡପଗୁଡିକ ପାଇଁ ଖୁସି ଖବର, ମୁଖ୍ୟମନ୍ତ୍ରୀ ଛାଡ କଲେ ରେଣ୍ଟ

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶାରେ ପୂଜାର ମାହୋଲ ଚାଲିଛି। ସମସ୍ତେ ଧୂମଧାମରେ ମା ଦୁର୍ଗାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଏହିପରିସ୍ଥିତିରେ ପୂଜା ମଣ୍ଡପ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକର ରେଣ୍ଟ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଯେଉଁମାନେ ପୂଜା ମଣ୍ଡପ ନିର୍ମାଣ କରୁଛନ୍ତି ସେମାନେ ସରକାରଙ୍କୁ ରେଣ୍ଟ ପ୍ରଦାନ କରିଥାନ୍ତି। ହେଲେ ଚଳିତ ବର୍ଷ ଏହା ଦେବେ ନାହିଁ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରା ଓଡିଶାବାସୀଙ୍କୁ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Share This Article