ବାଲୁଗାଁ: ବେଆଇନ ବାଣ ବିକ୍ରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ହରପ୍ରସାଦ ତ୍ରିପାଠୀ ଓ ନରେନ୍ଦ୍ର ମହାରଣା।

ହରପ୍ରସାଦ ନିଜ ଭେରାଇଟି ଷ୍ଟୋରରେ ଏବଂ ନରେନ୍ଦ୍ର ନିଜ ହୋଟେଲରେ ବାଣ ରଖି ବ୍ୟବସାୟ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବରପାଇ ଅଚାନକ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଉଭୟଙ୍କ ନିକଟରୁ ବିପୁଳ ବାଣ ଜବତ କରିବାସହ ଉଭୟଙ୍କ ବିରୁଦ୍ଧରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ବାଣର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

Share This Article