ହଠାତ ଆଜି ସକାଳୁ କଳିଙ୍ଗ ଷ୍ଟାଣ୍ଡିୟମରେ ଆର୍ବିଭାବ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ହଠାତ କଳିଙ୍ଗ ଷ୍ଟାଣ୍ଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖିବାକୁ ମିଳିଥିଲା। ପିନ୍ଧିଛନ୍ତି ଟ୍ରାକସୁଟ ସହ ଧଳା ଯୋତା, ଧଳା ଟିସାର୍ଟ। ସାଥୀରେ ଅଛନ୍ତି ଦଳୀୟ ନେତାଗଣ। ଏମାନେ ସମସ୍ତେ କଳିଙ୍ଗ ଷ୍ଟାଣ୍ଡିୟମ ଟ୍ରାକରେ ଚାଲୁଛନ୍ତି। ହଠାତ ଷ୍ଟାଣ୍ଡିୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେଠାରେ ମର୍ଣ୍ଣିଂ ୱାର୍କ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଣ୍ଡିୟମକୁ କୌଣସି ଉଦଘାଟନ ବା ଶିଳାନ୍ୟାସ କରିବାକୁ ଯାଇ ନ ଥିଲେ। ସେ ଯାଇଥିଲେ ମର୍ଣ୍ଣିଂ ୱାର୍କ କରିବା ପାଇଁ। ଆଉ ସାଥିରେ ଥିଲେ ଦଳିୟ ନେତା ସମୀର ମହାନ୍ତି, ଗୋଳକ ମହାପାତ୍ର, ଜଗନ୍ନାଥ ପ୍ରଧାନ ଏବଂ ଠାକୁର ରଣଜିତ୍ ଦାସ। ମୁଖ୍ୟମନ୍ତ୍ରୀ ମର୍ଣ୍ଣିଂ ୱାର୍କ କରିବା ସହିତ ଷ୍ଣାଡିୟମର ବିଭିନ୍ନ କାର୍ଯ୍ୟକୁ ତଦାରଖ ମଧ୍ୟ କରିଥିଲେ। ତେବେ ଏହି ସମୟରେ ଲୋକମାନେ ତାଙ୍କୁ ପୂଜା ଅଭିନନ୍ଦନ ଜଣାଉଥିବାରେ ଦେଖାଯାଇଥିଲା।

Share This Article