ଜୀ ସାର୍ଥକର ଦୁର୍ଗାପୂଜାରେ ସ୍ଵତନ୍ତ୍ର କାର୍ଯକ୍ରମ, “ଦୁର୍ଗା ଦୁର୍ଗତି ନାଶିନୀ”

Odisha Hot News
2 Min Read

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ସବୁବେଳେ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖୁଥାଏ। କିଛି ସେମିତି ଦେଖାଯିବ ମନପସନ୍ଦର ବିଶେଷ କାର୍ଯକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’ ରେ ହେବ ଅନ୍ୟାୟ ସହିତ ସଂଗ୍ରାମ ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ।

ପବିତ୍ର ଦଶହରା ଅବସରରେ ଘଟିଛି ଏମିତି ଏକ ଘଟଣା ଯେଉଁଥିରେ ନଜର ଆସିବେ ମାନିନୀ, ମଧୁ, ରେଖା, ସନ୍ଧ୍ୟା, ରାଗିଣୀ ,ଲକ୍ଷ୍ମୀ ଓ ପ୍ରିୟା। ସମସ୍ତଙ୍କର ନିଜସ୍ବ ସଂଘର୍ଷ ରହିଛି କିନ୍ତୁ ସେ ସମୟକୁ ଅତିକ୍ରମ କରି ସେମାନେ ହୋଇଛନ୍ତି ଏକ୍ ଓ ସୃଷ୍ଟି ହୋଇଛି ଏକ ଅତୁଟ ବନ୍ଧନ। ଯାହା ଦଶଭୂଜା ମାଁ ଦୁର୍ଗାଙ୍କ ଭାବନାର ପ୍ରତିଛବି। ନାରୀ ଅବଳା ନୁହେଁ କି ଦୁର୍ବଳା ଆବଶ୍ୟକ ପଡିଲେ ସେ ଭୈରବୀ ରୂପ ମଧ୍ୟ ନେଇପାରେ ଓ ସମାଜକୁ ରକ୍ଷା କରିପାରେ। ସମସ୍ତେ ମିଶି ଅମରଜିତ ସିଂ ନାମକ ଚକ୍ରାନ୍ତକାରୀ ବ୍ୟକ୍ତିର ଦୁଷ୍ଟ ମାନସିକତା ଓ ମାନବ ଚାଲାଣକୁ ଜାଣି ପାରି କରିଛନ୍ତି ଏହି ଚାଲାଣର ପର୍ଦ୍ଦାଫାସ।

ତାଙ୍କର ଏହି ଯାତ୍ରା ଅନେକ ରହସ୍ୟ ଓ ଅଲୌକିକ ତତ୍ତ୍ବରେ ଭରି ରହିଛି। ନ୍ୟାୟ ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ପାଲଟିଛନ୍ତି ଜଣେ ଜଣେ ଯୋଦ୍ଧା। ସେ କେବଳ ଅମରଜିତ ସାମନା କରିନାହାନ୍ତି ତା ସହିତ ସମାଜରେ ଘଟୁଥିବା ଅମାନବିକ ଘଟଣାର ମଧ୍ୟ ସାମନା କରିଛନ୍ତି। ଅମରଜିତ ସାମନା କରି ଶାରିରୀକ ଓ ମାନସିକ ସ୍ତରରେ ତାଙ୍କ ବିଜୟ ହୋଇଛି ଓ ସମାଜରେ ସନ୍ତୁଳନ ବଜାୟ ରହିଛି। ଏହି କାହାଣୀ ମାନବ ଚାଲାଣ , ଶକ୍ତିର ଦୁର୍ବ୍ୟବହାର ଓ ନାରୀର ଶକ୍ତିକୁ ସମ୍ବନ୍ଧିତ କରେ।

ଦେଖିବାକୁ ଭୁଲିବେନି ୩ ଘଂଟାର ବିଶେଷ କାର୍ଯ୍ୟକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’। ଏହି କାହାଣୀକୁ ଦେଖିବା ସହିତ ନିଜକୁ କାହାଣୀ ସହିତ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ।

Share This Article