ସୋଆକୁ ମିଳିଲା ଇନ୍‌ଟରନ୍ୟାସ୍‌ନାଲ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର

Odisha Hot News
1 Min Read

ଭୁବନେଶ୍ୱର: ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇନ୍‌ଟରନ୍ୟାସ୍‌ନାଲ୍ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି।

ସେପ୍ଟେମ୍ବର ୨୮ ତାରିଖରେ ଇନ୍‌ଟରନ୍ୟାସ୍‌ନାଲ୍ ରାଇଟ ଟୁ ଇନ୍‌ଫର୍ମେସନ୍ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିକିମ୍‌ର ପୂର୍ବତନ ରାଜ୍ୟପାଳ ଡ. ବି.ପି. ସିଂହ, ପୂର୍ବତନ ଇନ୍‌ଫରମେସନ୍ କମିସନର ସୁରେଶ ଚନ୍ଦ୍ର, କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜର ସଭାପତି ଡ. ପ୍ରିୟ ରଞ୍ଜନ ତ୍ରିବେଦୀ ଓ ଆରଟିଆଇ ବିଶେଷଜ୍ଞ ଡ. ନୀରଜ କୁମାର ଯୋଗ ଦେଇଥିଲେ।

ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନୀଷ କୁମାର ଶେଖର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଳେ। ଏଥିରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ।

Share This Article