ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ପ୍ରଦର୍ଶିତ ହେବ ନାଟକ “ମୁଖା – the act of disguise”

Odisha Hot News
1 Min Read

ଭୁବନେଶ୍ବର: ସମ୍ରାଟ ସାଇ କଳାର ପୂଜାରୀ ନାଟ୍ୟ ଅନୁଷ୍ଠାନର ପରବର୍ତ୍ତି ନାଟକ “ମୁଖା – the act of disguise” ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ପ୍ରଦର୍ଶିତ ହେବ। ଓଡିଆ ନାଟ୍ୟ ଜଗତର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଶରତ ସମ୍ରାଟ ଏହାର ନିର୍ଦ୍ଦେଶନା, ପରିକଳ୍ପନା କରିବା ସହିତ ନାଟ୍ୟ ରଚନା ମଧ୍ୟ କରିଛନ୍ତି।

ବିଭିନ୍ନ ସମୟରେ ଶରତ ସମ୍ରାଟ ଭିନ୍ନ ଧରଣର ନାଟକ ପରିବେଷଣ କରି ବେଶ ପ୍ରଶଂସିତ ହୋଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ନାଟକକୁ ନାଟ୍ୟ ପ୍ରେମୀମାନଙ୍କୁ ବେଶ ଆକର୍ଷିତ କରିଛି। ଏହି ନାଟକଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ନାଟ୍ୟ ସଂସ୍ଥା ଆଶା ରଖିଛି।  ଆସନ୍ତା ଅକ୍ଟୋବର ୪ ତାରିଖ ସନ୍ଧ୍ୟା ୭ ଟା ରେ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ନାଟକ, ‘ମୁଖା’ ପ୍ରଦର୍ଶିତ ହେବ।

Share This Article