ସୁଭଦ୍ରା ଯୋଜନାର ବଡ ଖବର, ଟଙ୍କା ପ୍ରଦାନ ନେଇ ଏପରି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଉ ଏକ ଖବର ମିଳିଛି। ତାହାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ଅନୁସାରେ ଆସନ୍ତା ସାତ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ  9 ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଭାଗ ଟଙ୍କା ପ୍ରଦାନ କରାଯିବ।

ତେବେ ଏ ନେଇ 9 ତାରିଖରେ ବାରିପଦାରେ ଏକ ବଡ କାର୍ଯ୍ୟକ୍ରମ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ସେଦିନ ସଭାରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ କରିବେ।

ତେବେ ବାରିପଦାରେ କାହିଁକି ସଭାର ଆୟୋଜନ କରାଗଲା ବୋଲି ପଚାରିବାରୁ ସେ କହିଲେ ଯେ ସେହି ସହର ଏକ ପବିତ୍ର ସହର। ସେଠାରେ ମା ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି। ସେହି ଜିଲ୍ଲାରୁ ଜଣେ ମହିଳା ଦେଶର ରାଷ୍ଟ୍ରପତି ହୋଇଛନ୍ତି। ତେଣୁ ମହିଳା ସଶକ୍ତିକରଣ ପାଇଁ ତାହା ଉପଯୁକ୍ତ ସ୍ଥାନ ବୋଲି ପ୍ରଭାତୀ କହିଛନ୍ତି।

ଏହି ଉତ୍ସବରେ ସୁଭଦ୍ରା ଯୋଜନାରେ ପ୍ରାୟ 40 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ସେଦିନ ପ୍ରାୟ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରେ ପହଁଚିବ। ସେହି ଉତ୍ସବରେ ସୁଭଦ୍ରା ଯୋଜନାର ଯେ ପ୍ରଥମ ହିତାଧିକାରୀ ଏବଂ ଏକ କୋଟି ସଂଖ୍ୟା ଯେଉଁ ହିତାଧିକାରୀଙ୍କ ନାମରେ ଆସିବ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।

Share This Article