ବିନା ଆହାରରେ ୨୧ ଦିନ ଅଧିଆ ପଡିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନ୍ଦିର ବେଢାରେ ଆତ୍ମହତ୍ୟା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଅନ୍ତର୍ଗତ ବେଠୁଆର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଘୋଡାଦେଇକୁ ଆସୁଥିବା ଭକ୍ତମାନେ ମନ୍ଦିର ରୋଷେଇ ଶାଳରେ ଜଣେ ବ୍ୟକ୍ତିଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ବଡଗଡ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତାଙ୍କର ପରିଚୟ ଜାଣିଥିଲେ। ମୃତ ବ୍ୟକ୍ତି ଜଣଙ୍କ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଓ ସେ ମାନସିକ ପୁରଣ ପାଇଁ ଏହି ମନ୍ଦିରରେ ବିନା ଆହାରରେ ୨୧ ଦିନ ଅଧିଆ ପଡିଥିଲେ।

କିନ୍ତୁ କୌଣସି ମାନସିକ ପୁରଣ ନହେବାରୁ ଏହି ଭଳି ପଦକ୍ଷେପ ନେବାପାଇଁ ବାଧ୍ୟ ହୋଇଥିଲେ ବୋଲି ଜଣାପଡିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article