ବାଣପୁର ଗୋଦାବରୀଶ ମହାବିଦ୍ୟାଳୟକୁ ଆସିବ ‘ନାକ’ ଟିମ, ପୁନଃଗଠିତ ହେଲା ଆଲୁମିନି କମିଟି

Odisha Hot News
2 Min Read

ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶାର ବରପୁତ୍ର ତଥା ପଞ୍ଚସଖା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଆଜି ଗଠିତ ହୋଇଯାଇଛି। ୧୯୬୩ ମସିହାରେ ଗଠିତ ମହାବିଦ୍ୟାଳୟରେ ବହୁ ବର୍ଷ ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂଘ ଗଠିତ ହୋଇ ନଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ଅଦମ୍ୟ ଚେଷ୍ଟା ଫଳରେ ଗତବର୍ଷ ତାହା ଗଠନ କରାଯାଇଥିଲା।

ତେବେ ଦୀର୍ଘ ବର୍ଷ ପରେ ଆସନ୍ତା ମାସ ଶେଷ ସୁଦ୍ଧା ମହାବିଦ୍ୟାଳୟକୁ ‘ନାକ’ ଟିମ ତଦାରଖ କରିବାକୁ ଥିବାବେଳେ ଆଜି ଛାତ୍ରସଂଘର ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଅଧ୍ୟକ୍ଷ ଶ୍ରୀ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଓ ସ°ଯୋଜକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ପରିଚାଳିତ ଏହି ବୈଠକରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜନିଜର ଅନୁଭୂତି ବଖାଣିବା ସହ ପୁରାତନ ଛାତ୍ର ସ°ଘ ଜରିଆରେ ମହାବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ମତ ଉପସ୍ଥାପନ କରିଥିଲେ।

ଏଥିରେ ପରିଷଦର ନୂତନ ସଭାପତି ଭାବରେ ଜିତେନ୍ଦ୍ର କୁମାର ଭୋଳ, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ଗୋପୀନାଥ ମହାରଣା ଓ ମିଟୁ ନାୟକ,ଅର୍ଚନା ତ୍ରିପାଠୀ,ସମ୍ପାଦକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଯୁଗ୍ମ ସ°ପାଦକ ସର୍ବେଶ୍ୱର ଷଡ଼ଙ୍ଗୀ ଓ ଅରୁଣ କୁମାର ପଣ୍ଡା, ସହ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ, କୋଷାଧକ୍ଷ ଭାବରେ ସୀତାରାମ ଅଗ୍ରୱାଲ ଓ ଆଦିତ୍ୟ ସାରଥୀ ବେଦମତ୍ତା ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଶ୍ୟାମ ସୁନ୍ଦର ପ୍ରଧାନ, ସେଖ ମୋହିନୁଲ ହକ, ବିରଞ୍ଚି ନାରାୟଣ କାଣ୍ଡି, ବିଭୁଦେନ୍ଦୁ ମାନସିଂହ, ଦେବାଶିଷ ମହାରଥୀ ଓ ପୃଥ୍ୱୀରାଜ ବିଷୋୟୀ ଏବଂ ଉପଦେଷ୍ଟା ଭାବେ ନନ୍ଦ କିଶୋର ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ମହେଶ୍ୱର ଜେନା, ନୃସିଂହ ଚରଣ ପ୍ରଧାନ, ଅନନ୍ତ ବାରିକି, ପ୍ରକାଶ ପ୍ରଧାନ ଆଦି ମନୋନୀତ ହୋଇଥିଲେ।

ପରିଶେଷରେ ସଭାପତି ଜିତେନ୍ଦ୍ର କୁମାର ଭୋଳ ଖୁବ ଶୀଘ୍ର ଉକ୍ତ କମିଟିକୁ ସରକାରୀ ସ୍ତରରେ ପଞ୍ଜିକୃତ କରାଇ ଦ୍ରୁତ ଗତିରେ ବିକାଶ କାର୍ଯ୍ୟ ଜାରି ରହିବ ବୋଲି କହିବା ସହ ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଏବଂ ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article