ସୁଭଦ୍ରା ଯୋଜନାରେ ବଳକା ମହିଳାଙ୍କ ଆକାଉଣ୍ଟ ଯିବ ପ୍ରଥମ ପର୍ଯ୍ୟାୟ ଟଙ୍କା, ଜାଣନ୍ତୁ କେବେ

Odisha Hot News
1 Min Read

ଭୁବନେଶ୍ବର: ଖୁବ ଶିଘ୍ର ବଳକା ହିତାଧିକାରୀ ବା ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପୂର୍ବରୁ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଆଉ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ସେ ନେଇ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମସ୍ତଙ୍କୁ ସେହି 5 ହଜାର ଟଙ୍କା ଦିଆଯିବ।

ବିଭାଗୀୟ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 92 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଏହି ପକ୍ରିୟା ବର୍ତ୍ତମାନ ସୁଦ୍ଧା ଚାଲିଛି। ଖୁବ ଶିଘ୍ର ଏକ ଏକ କୋଟିରେ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟ ଟଙ୍କା ସମସ୍ତଙ୍କୁ ଦିଆ ସରିବା ପରେ ମାର୍ଚ୍ଚରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

Share This Article