ସୁଭଦ୍ରା ଯୋଜନା ପାଇଁ କାମ କରୁଥିବା ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ ଘଟଣା, କଥା ହେଲେ ଉପମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ ନମ୍ବର ମଧ୍ୟ ଦେଲେ।

ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦା ଗ୍ରାମର ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ସିଧା ଫୋନରେ କଥା ହୋଇଥିଲେ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଏକାଠି କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଉପ -ମୁଖ୍ୟମନ୍ତ୍ରୀ ଙ୍କ ସହ କଥାହେବା ସମୟରେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ଅବଗତ କରାଇଥିଲେ।

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।

Share This Article