ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଘୋଡେଇଶୁଣି ନିକଟ ଏକ ଗଛରୁ ବ୍ରହ୍ମପୁରରେ ଅଧ୍ୟୟନରତ ଜଣେ ଛାତ୍ରର ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରର ଘର ଖଣ୍ଡରା ଗ୍ରାମରେ ଓ ସେ ଉକ୍ତ ଗ୍ରାମର ଭାଗିରଥି ସ୍ବାଇଁଙ୍କ ପୁତ୍ର ରାଜାରାମ ସ୍ବାଇଁ ବୋଲି ଜଣାପଡିଛି।

ରାଜାରାମର ଆତ୍ମହତ୍ୟାର କାରଣ ଜଣାପଡି ନଥିଲେ ମଧ୍ୟ ଏହା ପ୍ରେମ ଜନିତ ବୋଲି ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article