ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ସାଂସଦ ସୁଜିତ୍ କୁମାରଙ୍କୁ ସମ୍ବର୍ଦ୍ଧନା

Odisha Hot News
1 Min Read

ଭୁବନେଶ୍ୱର:  ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର ଆଜି ଭୁବନେଶ୍ୱରରେ ପହଂଚିଥିଲେ। ଏହା ପରେ ତାଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ, ବିଧାୟକ ବାବୁ ସିଂହ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁ୍‌ଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହିତ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ଅଗଷ୍ଟ ୧ରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଏବେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦଳକୁ ଅଧିକ ମଜ୍‌ଭୁତ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ବିଜେପିର ଏବେ “ଡବଲ ଇଞ୍ଜନ ସରକାର” ଥିବାରୁ ବିକଶିତ ଓଡ଼ିଶା ଏବଂ ବିଶେଷ ଭାବେ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ଓ ସମନ୍ୱିତ ବିକାଶ ମୋର ପ୍ରାଥମିକତା । ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଦେବା ସହ ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ବିଜେପିର ସାଧାରଣ କାର୍ଯ୍ୟକର୍ତା ଭାବେ କାମ କରିବି ବୋଲି ଶ୍ରୀ ସୁଜିତ କୁମାର କହିଛନ୍ତି ।

Share This Article