ଭୁବନେଶ୍ବରରେ ଜଣେ ଆଦିବାସୀଙ୍କ ଘରେ ଖିରୀ ଖାଇବା ପରେ କଣ କହିଲେ ପ୍ରଧାନମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପୂର୍ବାହ୍ନରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଡକଣ ଗାଁକୁ ଯାଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେଠାକାର ବାସିନ୍ଦାଙ୍କୁ ଘର ପ୍ରଦାନ କରିଥିଲେ। ଏଥିସହିତ ସେ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ନିଜେ ପ୍ରବେଶ କରି ତାଙ୍କ ପରିବାର ସହିତ କିଛି ସମୟ ବିତାଇଥିଲେ।

ସେହି ଘର ଭିତରେ ମୋଦି ନିଜେ ବୁଲିବା ସହିତ ଠାକୁରଙ୍କୁ ପୂଜା କରିଥିଲେ। ଏହାପରେ ସେଠାରେ ବସି ସେ ଘରର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ତାଙ୍କୁ ଖିରୀ ଖାଇବାକୁ ଦିଆଯାଇଥିଲା। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେମାନେ ରାନ୍ଧିଥିବା ଖିରୀ ଉଭୟ ଖାଇଥିଲେ। ଏହାପରେ ମୋଦି ଜନତା ମଇଦାନ ଯାଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ।

ସେଠାରେ ସେ ଅଭିଭାଷଣ ଦେବା ବେଳେ ଏହି ଖିରୀ କଥା କହିଥିଲେ। ମୋଦି କହିଥିଲେ ଯେ, ଆଜି ମୋର ଜନ୍ମ ଦିନ। ଏହି ଦିନ ମୋର ମା ପାଖକୁ ମୁଁ ଆର୍ଶିବାଦ ନେବା ପାଇଁ ଯାଇଥାଏ। ମୋ ମା ସେତେବେଳେ ମୋତେ ମିଠା ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଆଜି ମୋର ଜନ୍ମ ଦିନରେ ଅନ୍ତର୍ଯ୍ୟାମୀଙ୍କ ଘରେ ଜଣେ ମା ମୋତେ ଖିରୀ ଖାଇବାକୁ ଦେଲେ। ମୋତେ ଲାଗିଲା ମୋ ନିଜ ମା ଖିରୀ ଆଣି ଖାଇବାକୁ ଦେଉଛନ୍ତି। ମୋତେ ବହୁତ ଶାନ୍ତି ଲାଗିଲା।

Share This Article