ପୁରୀ ସାଂସଦ ଡାଃ ସମ୍ବିତ ପାତ୍ରଙ୍କ ସଂସଦୀୟ କ୍ଷେତ୍ର ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ପର୍ଶୁରାମ ବିଷୋୟୀ

Odisha Hot News
1 Min Read

ଭୁବନେଶ୍ଵର: ପୁରୀ ସାଂସଦ ଡା ସମ୍ବିତ ପାତ୍ରଙ୍କ ସଂସଦୀୟ କ୍ଷେତ୍ର ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ସଂଗଠକ ପର୍ଶୁରାମ ବିଷୋୟୀ। ଶ୍ରୀ ବିଷୋୟୀଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି ସାଂସଦ ଡା ପାତ୍ର। ଏ ନେଇ ନିକଟରେ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲପାଳଙ୍କୁ ପତ୍ର ଲେଖିଛନ୍ତି ସାଂସଦ ଡା ପାତ୍ର।

ପର୍ଶୁରାମ ବିଷୋୟୀ ଆରଏସଏସ ସ୍ୱୟଂସେବକ ଥିବାବେଳେ ୨୦୦୩ ମସିହାରୁ ଭାଜପା ସହ ଜଡ଼ିତ। ସେ ପୂର୍ଣ୍ଣକାଳିକ ବିସ୍ତାରକ ଭବେ ଦୀର୍ଘ ବର୍ଷ ଧରି ଦଳରେ ସଂଗଠନ କାର୍ଯ୍ୟ କରିଥିବା ବେଳେ, ବିଭିନ୍ନ ଜିଲ୍ଲାର ବିଜେପି ସଂଗଠନ ସମ୍ପାଦକ, ପୁରୀ ଲୋକସଭାର ସଂଯୋଜକ ଭଳି ଗୁରୁଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ପୁରୀ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା କ୍ଷେତ୍ର ହୋଇଥିବାବେଳେ ଏହା ଅଧୀନରେ ଥିବା ସମସ୍ତ ସାତ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟ ଗୁରୁତ୍ୱ ବହନ କରୁଛି। ପୁରୀ ସଂସଦୀୟ କ୍ଷେତ୍ରରେ ଦୀର୍ଘବର୍ଷର ସଂଗଠନ ଅଭିଜ୍ଞତା ଥିବା ଶ୍ରୀ ବିଷୋୟୀଙ୍କ ନିଷ୍ଠାପର କାର୍ଯ୍ୟକୁ ଭରସା କରି ତାଙ୍କୁ ଏହି ନୂତନ ଦାଇତ୍ୱ ପ୍ରଦାନ କରିଛନ୍ତି ସାଂସଦ ଡା ପାତ୍ର। ଏଥିନିମନ୍ତେ ଶ୍ରୀ ବିଷୋୟୀ ପୁରୀ ସାଂସଦ ଡା ପାତ୍ରଙ୍କୁ କୃତଜ୍ଞତା ଜଣାଇଥିଛନ୍ତି।

Share This Article