ଭୁବନେଶ୍ଵରରେ ଯୁବକଙ୍କ ଉତ୍ପାତ: ଭାଇରାଲ ହେଲା ବେପରୁଆ ଗାଡି ଚଳାଇବା ଭିଡ଼ିଓ, ବନ୍ଧା ହେଲେ ୫ ଯୁବକ

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ଵରରେ ଆଜି ବେପରୁଆ ଗାଡ଼ି ଚଳାଇ ୫ ଯୁବକ ଗିରଫ ହୋଇଥିବା ସୂଚନା ରହିଛି। ୫ ଜଣ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ପୋଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ, କେତେ ଜଣ ବ୍ୟକ୍ତି ସହିଦ ନଗର ରୂପାଲି ଛକରୁ ରାମ ମନ୍ଦିର ମଧ୍ୟରେ  ବେପରୁଆ ଭାବେ ଗାଡ଼ି ଚଳାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହା ପରେ କମିଶନରେଟ୍ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଭିଡ଼ିଓରେ ଅନେକ କାର ଦେଖାଯାଉଥିବା ବେଳେ ଦୁଇଟି କାର ବେପାରୁଆ ଭାବେ ରାସ୍ତାରେ ଦୃତ ଗତିରେ ଆଗ ପଛ, ବାମ ଡାହାଣକୁ କରୁଥିବା ଦେଖାଯାଉଛି। ଏପରିକି ଗୋଟିଏ କାର ଫୁଟ୍ ପାଥ୍ ଉପରକୁ ଚଢି ପୁଣି ହଠାତ ରାସ୍ତା ମଝିକୁ ଆସିଯାଉଥିବା ଦେଖାଯାଉଛି।

ତେବେ ଏଭଳି ବେପରୁଆ ଗାଡି ଚଳାଉଥିବା ଯୁବକମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏବଂ ସେମାନେ ହାତରେ ବିଦେଶୀ ପତାକା ଧରିଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ଯଦି ଏହା ସତ୍ୟ, ତେବେ ଏହା ଏକ ଗୁରୁତର ଅଭିଯୋଗ। ରାଜଧାନୀ ଭୁବନେଶ୍ଵରରେ ଏହା ପ୍ରଥମ ଘଟଣା ହେବ ବୋଲି କେହି କେହି କହୁଛନ୍ତି। ଭାରତରେ ରହି ବିଦେଶୀ ପତାକା ଧରିବା ଦେଶଦ୍ରୋହୀ କାର୍ଯ୍ୟ ଏବଂ ତଦନ୍ତ କରି ଅଭିଯୁକ୍ତଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

ସେପଟେ ପୋଲିସ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିବା ସହ ୨ଟି ଟାଟା ସଫାରୀ ଗାଡ଼ି ଜବତ କରିଛି।

Share This Article