ପୁରୁଣା ପେନସନ ଲାଗି ଦିଲ୍ଲୀରେ ହେବ ଜାତୀୟ କାର୍ଯ୍ୟକାରିଣୀ ବୈଠକ: ୩ ଜଣିଆ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା

Odisha Hot News
1 Min Read

ଭୁବନେଶ୍ଵର: ଓଡିଶା ସହିତ ସବୁ ରାଜ୍ୟ ଏନ. ପି. ଏସ (ନ୍ୟାସନାଲ ପେନସନ ସ୍କିମ) କୁ ବିରୋଧ କରି ଆନ୍ଦୋଳନ ମାଧ୍ୟମରେ ଗତ ବର୍ଷ ଦିଲ୍ଲୀ ଠାରେ ସବୁ ରାଜ୍ୟର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଯୋଗ ଦେଇ ପୁରୁଣା ପେନସନ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। ଗତ ସାଧାରଣ ନିର୍ବାଚନରେ କର୍ମଚାରୀ ମାନେ ଭୋଟ ଫର ଓ. ପି. ଏସ ନାରା ସହିତ ରହି ଓପିଏସ ନାହିଁ ତ ଭୋଟ ନାହିଁ ସାଧାରଣ ନିର୍ବାଚନରେ ବହୁତ ପ୍ରଭାବ ପଡିଥିଲା।

ତାହା ସହିତ ଆସନ୍ତା କିଛି ରାଜ୍ୟରେ ନିର୍ବାଚନ ଥିବାରୁ ଗତ ୨୪.୦୮.୨୦୨୪ର କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଷ୍ପତି ଅନୁଯାୟୀ ୟୁନିଫାଏଡ ପେନସନ ସ୍କିମ ଲାଗୁ କରାଯିବାକୁ ଥିଲାବେଳେ ଏହାକୁ ସମୀକ୍ଷା ଏବଂ ବିରୋଧ କରିବା ନିମନ୍ତେ ଆଜି ଦିଲ୍ଲୀ ଠାରେ ସମସ୍ତ ରାଜ୍ୟ ନେତୃତ୍ୱ ମାନଙ୍କୁ ନେଇ ଏକ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥିରେ ଏନ ଏମ ଓପିଏସ ଓଡିଶା ରାଜ୍ୟ ସଭାପତି  ବିଜୟ ମଲ୍ଲ, ବଙ୍କିମ ଚନ୍ଦ୍ର ସାଗର, ପ୍ରିୟବ୍ରତ ପ୍ରଧାନ ଓଡିଶାରୁ ଯୋଗଦାନ କରିବାକୁ ଦିଲ୍ଲୀ ଯାଉଛନ୍ତି।

Share This Article