ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଅଭିଯୁକ୍ତକୁ ଘଟଣା ସ୍ଥଳରେ ଛାନବିନ କରୁଛି ପୋଲିସ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା, ସାହେବି ଗାଁର ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଶିଶିର ବେହେରା (ହରି )କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟ ରୁ ଅନୁମତି ମାଗି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ କରିଛି। ପୋଲିସ କୋର୍ଟକୁ ୫ ଦିନିଆ ରିମାଣ୍ଡ ପାଇଁ ପ୍ରାର୍ଥନା କରିଥିବା ବେଳେ, କୋର୍ଟ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡ ଅବଧି ଦେଇଛି। କଡ଼ା ସୁରକ୍ଷାରେ ଅଭିଯୁକ୍ତକୁ ସାହେଵି ଗାଁର ଘଟଣା ଘଟିଥିବା ସ୍ଥାନକୁ ନେଇ କ୍ରାଇମ୍ ସିନ୍ ତଦନ୍ତ କରିଥିଲା।

ଅଭିଯୁକ୍ତ ଘଟଣା ସ୍ଥଳରୁ ମୃତକାଙ୍କ କଳା ରଙ୍ଗର ସାୟା ଜବତ କରିବା ସହ ମାରିଥିବା ନାଳରେ ଏବଂ ଶବକୁ ଫିଙ୍ଗିଥିବା ଜଙ୍ଗଲକୁ ନେଇ ଅଧିକ ତଦନ୍ତ କରିଥିଲା। ଘଟଣା ସ୍ଥଳରେ ଆଡିସିନାଲ ଏସପି ଏଲବିନୁଷ କେରକେତା, ଏସଡିପିଓ ପ୍ରଶାନ୍ତ କୁମାର ମେହେର, ଵିଡିଓ ଧନେଇ ଚରଣ ଟୁଡୁ, ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ଅମର ଜେ ଡୁଙ୍ଗ ଡୁଙ୍ଗ, ନାକଟିଦେଉଳ, ରେଢ଼ାଖୋଲ, କିସିଣ୍ଡା ଓ ଚାରମାଳ ଥାନାର ଥାନାଧିକାରୀଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋସ ଉପସ୍ଥିତ ଥିଲେ।

ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇ ନଥିବା ବେଳେ ତାକୁ ଅଭିଯୁକ୍ତ ହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡିଥିବା ଆଡିଶନାଲ ଏସପି ଏଲବିନୁଷ କେରକେଟା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅପରପକ୍ଷେ ପୋଲିସ ର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକ କହିଛନ୍ତି।

Share This Article