ଖୋର୍ଦ୍ଧା ବିଜେପିରେ ଅଦ୍ଭୁତ ନୀତି, ଏପଟେ ମନମୋହନ ନିଳମ୍ବନ କଲେ ସେପଟେ ଅପରାଜିତା ମଞ୍ଚରେ ବସାଇଲେ

Odisha Hot News
1 Min Read

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଏକ ଭିନ୍ନ ନୀତି ଚାଲିଛି। ଯାହାକୁ କୁହାଯିବ ଅପରାଜିତା ନୀତି। କାରଣ ସାଂସଦ ଅପରାଜିତା ରାଜ୍ୟ ସଭାପତିଙ୍କୁ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିବାକୁ ପଛାଉ ନାହାଁନ୍ତି। କାରଣ ଯାହାକୁ ରାଜ୍ୟ ବିଜେପି ଦଳରୁ ନିଲମ୍ବନ କରିଛି ସେହି ନେତାଙ୍କୁ ଅପରାଜିତା ତାଙ୍କ ବୈଠକରେ ବସାଇଛନ୍ତି। ସେତିକି ନୁହେଁ ତାଙ୍କୁ ପୁରା ପାଖରେ ବସାଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ଖୋର୍ଦ୍ଧା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ଖବରରୁ ଜଣାପଡିଛି ଯେ, ଖୋର୍ଦ୍ଧାରେ ବିଜେପି ତରଫରୁ ଗତ ସୋମବାର ଦିନ ସଦସ୍ୟତା ଅଭିଯାନ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସହିତ ଜଟଣୀ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ। ତେବେ ଏହି ସଭାରେ ବସିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଂପାଦକ ବିଦ୍ୟୁତ କାଣ୍ଡି। ସେ ପୁରା ଅପରାଜିତାଙ୍କ ପାଖ ଆସନରେ ବସିଥିଲେ।

ତେବେ ଶ୍ରୀ କାଣ୍ଡିଙ୍କ ବିଜେପି ସଭାରେ ଯୋଗଦେବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଗତ ଶନିବାର ଦିନ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ପାଞ୍ଚ ଜଣ କର୍ମକର୍ତ୍ତାଙ୍କୁ ନିଲମ୍ବନ କରାଯାଇଛି। ସେମାନେ ଦଳବିରୋଧୀ କାମ ପାଇଁ ଦଳରୁ ନିଲମ୍ବନ କରାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା। ସେହି ତାଲିକାରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ସଂପାଦକ ବିଦ୍ୟୁତ କାଣ୍ଡି।

ଦଳ ତଥା ଖୋଦ ସଭାପତି ବିଦ୍ୟୁତ କାଣ୍ଡିଙ୍କୁ ନିଲମ୍ବିତ କରିଥିବା ବେଳେ ତାଙ୍କୁ ଅପରାଜିତା କେମିତି ପାଖରେ ଆସନ ଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି ଯେ, ଅପରାଜିତା ଷଡଙ୍ଗୀ କଣ ଦଳିୟ ଶୃଙ୍ଖଳା ଉପରେ କି ? ସେ କଣ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକୁ ବେଖାତିର କରିପାରିବେ କି ? ତେବେ କଣ ପାଇଁ ସେ ବିଦ୍ୟୁତଙ୍କୁ ପ୍ରଶୟ ଦେଲେ ସେ ନେଇ ଖୋର୍ଦ୍ଧା ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଚାଲିଛି।

Share This Article