ପୁରୁଷୋତମପୁର ଏନଏସିର ଉପାଧ୍ୟକ୍ଷଙ୍କ ସମେତ କାଉନସିଲରଙ୍କ ବିଜେପିରେ ଯୋଗଦାନ

Odisha Hot News
1 Min Read

ଭୁବନେଶ୍ୱର: ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି। ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା କାଲି ରାଜ୍ୟରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ଖଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତମପୁର ଏନଏସିର ୧୦ ଜଣ କାଉନସିଲର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ପୁରୁଷୋତମପୁର ବିଜେଡିର ସୁସଂଗଠକ ତଥା ବରିଷ୍ଠ ନେତା ବାସୁଦେବ ମହାପାତ୍ରଙ୍କ ନେତୃତ୍ୱରେ ଏନଏସିର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୱାର୍ଡ ୧ କାଉନସିଲର ଭବାନୀ ଶଂକର ନାହାକ, ୱାର୍ଡ ୨ କାଉନସିଲର ଭାସ୍କର ବେହେରା, ୱାର୍ଡ ୩ କାଉନସିଲର କେ.ପ୍ରମୋଦ କୁମାର ଆଚାର୍ଯ୍ୟ, ୱାର୍ଡ ୫ କାଉନସିଲର ସୁଜାତା ବେହେରା, ୱାର୍ଡ ୭ କାଉନସିଲର ଯମୁନା ବେହେରା, ୱାର୍ଡ ୯ କାଉନସିଲର ଲିଙ୍ଗରାଜ ବେହେରା, ୱାର୍ଡ ୧୦ କାଉନସିଲର ଅର୍ଚ୍ଚନା ପଣ୍ଡା, ୱାର୍ଡ ୧୨ କାଉନସିଲର ପ୍ରଣିତା ପଣ୍ଡା, ୱାର୍ଡ ୧୩ କାଉନସିଲର ଗିରିଜା ବେହେରା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଦୁଷ୍ମନ୍‌ତ କୁମାର ସ୍ୱାଇଁ, ରାଜ୍ୟ ଉପ ସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସଦସ୍ୟତା ଅଭିଯାନର ରାଜ୍ୟ ସହ ସଂଯୋଜକ ତଥା ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ସଂପାଦକ ସରୋଜ କର, ଯଜ୍ଞ ନାରାୟଣ ଦାଶ, ଅନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share This Article