ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ, ବିଭିନ୍ନ ମହଲରେ ଝଡ

Odisha Hot News
1 Min Read

କଟକ: ଓଡିଶାର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଗତକାଲି ସ୍ବାୟତ ଶାସନ ଦିବସ ଅବସରରେ କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଝଡ ସୃଷ୍ଟି କରିଛି।

ଧର୍ମେନ୍ଦ୍ର କହିଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରୁ ରେଭେନ୍ସା କଟିବା ଆବଶ୍ୟକ। କାରଣ ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ବେଳେ କଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଯେଉଁ ବ୍ୟକ୍ତି ଓଡିଆଙ୍କୁ କଷ୍ଟ ଦେଉଥିଲେ ସେଭଳି ଲୋକଙ୍କ ନାମରେ ଏହି ଅନୁଷ୍ଠାନ କାହିଁକି ରହିବ। ଏ ନେଇ ଏକ ବଡ ବିତର୍କର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ।

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଛି। ସେମାନଙ୍କର ଯୁକ୍ତି ହେଲା ଯେ ଯେଉଁମାନେ ରେଭେନ୍ସାରୁ ପାଶ କରିଛନ୍ତି ସେମାନେ ସେହି ନାଆଁକୁ ନେଇ ଗର୍ବ କରୁଛନ୍ତି। କେହି କେବେ ରେଭେନ୍ସା ନାମକୁ ନେଇ ବିତୃଷ୍ଣା ପ୍ରକାଶ କରି ନାହାଁନ୍ତି। ତେଣୁ ଏ ନେଇ କେହି ଅଭିଯୋଗ କରିବା ଅନୁଚିତ ବୋଲି କହିଛନ୍ତି। ତେବେ ଅଳ୍ପ କିଛି ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

Share This Article