ବ୍ଳକ ଶିକ୍ଷାଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ସୁନା ରୂପା ଅଳଂକାର ସମେତ ନଗଦ ଲକ୍ଷାଧିକ ଟଙ୍କା ଜବତ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ସିତାରାମ ପାତ୍ରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ଚଢାଉ କରକିଛି। ତାଙ୍କର କାର୍ଯ୍ୟାଳୟ, ରାମକୃଷ୍ଣ ନଗର ସ୍ଥିତ ଗୋଟିଏ ଘର ସମେତ ପୋଲସରା ସ୍ଥିତ ନିଜସ୍ଵ ବାସଭବନରେ ଭିଜିଲାନ୍ସ ବିଭାଗ ଏକକାଳୀନ ଚଢ଼ଉ ଜାରି ରହିଛି। ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ବହୁତ ପରିମାଣର ସୁନା ରୂପା ଅଳଂକାର ସମେତ ନଗଦ ଲକ୍ଷାଧିକ ଟଙ୍କା ଜବତ କରିଥିବା ଜଣାପଡିଛି।

Share This Article