ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଗୃହରେ ବିରୋଧୀଙ୍କ ତୁମୁଳ କାଣ୍ଡ, ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ଉଦ୍ୟମ

Odisha Hot News
1 Min Read

ଭୁବନେଶ୍ବର: ଆଜି ଚିକିଟି ମଦମୃତ୍ୟୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ଦୁଇ ବିରୋଧ ବିଜେଡି ଓ କଂଗ୍ରେସ ଗୃହମଧ୍ୟରେ ହାଙ୍ଗାମା କରିଛନ୍ତି। ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଇସ୍ତପା ଦାବୀ କରି ଦୁଇ ବିରୋଧୀ ଏହି ହଟ୍ଟଗୋଳ କରିଛନ୍ତି। ସଦସ୍ୟମାନେ ବାଚସ୍ପତି ଟେବୁଲ ଉପରକୁ ଚଢି ମାଇକ ଭାଙ୍ଗିବାକୁ ଚେଷ୍ଠା କରିଛନ୍ତି। ଫଳରେ ବିଧାନସଭା ମାର୍ସଲ ଏବଂ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ମଦମୃତ୍ୟୁ ନେଇ ନାରାବାଜି ଆରମ୍ଭ କରିଦେଇଥିଲେ। ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହି ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ଏହା ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟ ଚାଲୁ ରଖିଥିବା ବେଳେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଭାଙ୍ଗିବା ପାଇଁ ଚେଷ୍ଠା କରିଥିଲେ। ପରିଶେଷରେ ବାଚସ୍ପତି ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କରିଥିଲେ।

Share This Article