ମମତା ମହାନ୍ତ ଯିବେ ରାଜ୍ୟ ସଭା, ନାମ ଘୋଷଣା କଲା ରାଷ୍ଟ୍ରୀୟ ବିଜେପି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ତେବେ ଆଜି ସେ ଚର୍ଚ୍ଚାର ଅନ୍ତ ହୋଇଛି। ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ମମତା ମହାନ୍ତ ହେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ। ତାଙ୍କ ନାମକୁ ଆଜି କେନ୍ଦ୍ର ବିଜେପି ଘୋଷଣା କରିଛି। ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି।

ତେବେ ଏଥିରୁ ସ୍ପଷ୍ଟ ହେଲା ଯେ, ମମତା ମହାନ୍ତଙ୍କୁ ନେଇ ବିଜେପି ବଡ ଖେଳ କରିଦେଲା। କାରଣ ମମତାଙ୍କୁ ବିଜେପି ପ୍ରାର୍ଥୀ କଲେ ତାଙ୍କର ସେହି ସଦସ୍ୟତା ବଜାଇ ରହିବା ସହିତ ସରକାରୀ ଦଳରେ ସାମିଲ ହେଲେ। ଏପରିକି ତାଙ୍କୁ ଭବିଷ୍ୟତରେ କୌଣସି ଗୁରୁ ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିପାରନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପିରୁ ଯେ କେହି ଛିଡା ହେଲେ ସେ ଜିତିବା ନିଷ୍ଚିତ। ସେହି ହିସାବରେ ବର୍ତ୍ତମାନ ମମତା ପୁଣି ରାଜ୍ୟସଭାକୁ ଯିବା ନିଶ୍ଚିତ। ଫଳରେ ରାଜ୍ୟ ସଭାରେ ଓଡିଶାରୁ ବିଜେପି ଦୁଇଟି ଆସନ ଦଖଲ କଲା।

Share This Article