ନାବାଳିକା ଭଉଣୀକୁ ହତ୍ୟା କରି ସମ୍ପର୍କୀୟ ଭାଇର ଆତ୍ମହତ୍ୟା ଉଦ୍ୟମ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଜଗନ୍ନାଥ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନାବାଳିକା ଭଉଣୀକୁ ହତ୍ୟା କରି ସମ୍ପର୍କୀୟ ଭାଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

ନିହତ ନାବାଳିକା ଜଣଂକ ଲୋଚାପଡା ଅଞ୍ଚଳର ରବୀନ୍ଦ୍ର ପାଣିଗ୍ରାହୀଙ୍କ କନ୍ୟା ପ୍ରଯୁକ୍ତା ପାଣିଗ୍ରାହୀ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ଛୁରୀ ମାଡରେ ଗୁରୁତର ଆହତ ହୋଇ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଯୁବକ ଆଶୁତୋଷ ପାଣିଗ୍ରାହୀ ଉଭୟ ଭାଇ ଓ ଭଉଣିଙ୍କ ଦଦା ପୁଅ ଭାଇ ବୋଲି ଜଣାପଡିଛି। ଏହି ଭଳି ପରିସ୍ଥିତିର କାରଣ ଜଣାପଡି ନାହିଁ। ତଥାପି ବଡ଼ବଜାର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଯୁବକ ଆଶୁତୋଷ ହିଞ୍ଜିଳି ଥାନା ଅନ୍ତର୍ଗତ ସୋନପୁର ନିକଟରେ ଏକ ଚଳନ୍ତା ବସ୍ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଆହତ ହୋଇ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

Share This Article