ରାକ୍ଷୀ ପୂର୍ଣ୍ଣିମାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାକ୍ଷୀ ପିନ୍ଧାଇଲେ ସ୍କୁଲ ଛାତ୍ରୀ

Odisha Hot News
1 Min Read

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରୀ, ମହିଳା ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ। ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରକ୍ଷାବନ୍ଧନ ପାଳନ କରିଥିଲେ। ସେହିପରି ସମବିତ୍ ଗୁରୁକୁଳମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କ ଠାରୁ ମଧ୍ୟ ହାତରେ ରାକ୍ଷୀ ଭିଡିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ମୁହୂର୍ତ୍ତକୁ ସ୍ମରଣୀୟ ମୁହୂର୍ତ୍ତ କହିବା ସହ ସେ କହିଛନ୍ତି ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପାର ସ୍ନେହ ଏବଂ ଅତୁଟ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ।

ଆଜି ସମବିଦ୍ ଗୁରୁକୁଲମ ବାଳିକା ସୈନିକ ସ୍କୁଲ ପରିବାର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିବାର ସୌଭାଗ୍ୟ  ଲାଭ ହେଲା। ଛୋଟ ଛୋଟ ଝିଅ ଓ ଭଉଣୀମାନଙ୍କ ସ୍ନେହ ଆଜିର ଆନନ୍ଦ ଓ ଉଲ୍ଲାସକୁ ଆହୁରି ମଧୁର କରିଛି। ଏହି ସ୍ମରଣୀୟ ରକ୍ଷାବନ୍ଧନ ପାଇଁ ମୁଁ ଦିଦି ମା’ ସାଧ୍ୱୀ ରିତାମ୍ଭରାଙ୍କ ପାଖରେ କୃତଜ୍ଞ ରହିବି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Share This Article