ପୋଲିସ ଡିଜି ଭାବେ ଦାୟିତ୍ବ ନେଲେ ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

Odisha Hot News
1 Min Read

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  ଯୋଗେସ ବାହାଦୂର ଖୁରାନିଆ। ଆଜି କଟକସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ କାମଚଳା ଡିଜି ଥିବା ଅରୁଣ ଷଡଙ୍ଗୀଙ୍କଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ବ ନେବା ପରେ ଖୁରାନିଆ ଭୁବନେଶ୍ବର ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମହୋନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। 1990 ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ବିଭିନ୍ନ ଜିଲ୍ଲାରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡିଜି ଦାୟିତ୍ବ ନେବା ପରେ ସେ କେନ୍ଦ୍ରରେ ବିଏସଏଫରେ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁ ଥିଲେ।

Share This Article