ପ୍ରଧାନମନ୍ତ୍ରୀଙ୍କୁ କାହିଁକି ସାକ୍ଷାତ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିକଟରେ ସେ ରୁଷର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପରେ ସୁଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସେହି ବାଲୁକା କଳା ଭେଟି ଦେଇଛନ୍ତି।

ସାକ୍ଷାତ ପରେ ସୁଦର୍ଶନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ମୁଁ ବିଶେଷ ଖୁସି ଅଛି। ତାଙ୍କର ପ୍ରେରଣା ମୋତେ ସବୁବେଳେ ଉତ୍ସାହିତ କରିଛି। ତାଙ୍କୁୱ ସାକ୍ଷାତ କରି ଋଷୁରେ ଜିତିଥିବା ପଦକ ସଂପର୍କରେ କହିଲି। ସେଠାରେ ଜଗନ୍ନାଥ ଏବଂ ତାଙ୍କର ଭକ୍ତ ବଳରାମ ଦାସଙ୍କ ବାଲୁକା କଳା କରି ଏହି ପଦକ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଛନ୍ତି ସୁଦର୍ଶନ।

 

Share This Article