ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଥିବାରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକି କ୍ବାର୍ଟର ଫାଇନାଲରେ ବ୍ରିଟେନକୁ ହରାଇ ସେମିଫାଇନାଲରେ ପହଞ୍ଚିଥିବା ଭାରତୀୟ ଦଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବ୍ରିଟେନକୁ ପରାସ୍ତ କରି ଭାରତୀୟ ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତୀୟ ହକି ଦଳ ମଜବୁତ ପ୍ରଦର୍ଶନ କରିଛି। ଗ୍ରେଟ ବ୍ରିଟେନକୁ ଟିମ ଇଣ୍ଡିଆ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

ଏହି ମ୍ୟାଚ୍ ୧-୧ରେ ଡ୍ରରେ ପହଞ୍ଚିଥିଲା। ଏହା ପରେ ସୁଟ ଆଉଟ ର ପାଳି ଆସିଥିଲା। ଏଥିରେ ଭାରତ ବ୍ରିଟେନକୁ ୪-୨ରେ ପରାସ୍ତ କରିଛି। ଭାରତ ପାଇଁ ହରମାନପ୍ରୀତ ସିଂ, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ ଏବଂ ରାଜ କୁମାର ପାଲ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

Share This Article