ଋଷିକୂଲ୍ୟା ନଦୀରୁ ବାଣପୁର ଫେରୁଥିବା କାଉଡ଼ିଆଙ୍କ ଉପରେ ଚଢିଗଲା ଟ୍ରକ: ଘଟଣା ସ୍ଥଳରେ ୩ ମୃତ

Odisha Hot News
1 Min Read

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ଡିମିରିଆ ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କାଉଡ଼ିଆ ମନେ ଗଞ୍ଜାମ ଋଷିକୂଲ୍ୟା ନଦୀରୁ ପାଣି ନେଇ ବାଣପୁର ଅଭିମୁଖେ ଯାଉଥିବା ବେଳେ ଡିମିରିଆ ଛକ ନିକଟରେ ଦୁଇ କାଉଡ଼ିଆଙ୍କ ସହ ଡିମିରିଆ ପଞ୍ଚାୟତ ଦଲିବାଟି ଗ୍ରାମର ଏ ବନମାଳି ପାତ୍ରଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଦୁଇ କାଉଡ଼ିଆଙ୍କମୃତ୍ୟୁ ହୋଇଥିବା ବେଳେ ବନମାଳିଙ୍କୁ ଖଲ୍ଲିକୋଟ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ମୃତ ଦୁଇ କାଉଡ଼ିଆ ହେଲେ ବାଣପୁର ହରିଜନ ସାହିର ପପୁ ନାହାକ ଓ ରଞ୍ଜିତ ନାହାକ। ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏନେଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ ସାହୁ  ସୂଚନା ଦେଇଛନ୍ତି।

Share This Article