କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ଏବେ ବି ଜଣେ ନିଖୋଜ

Odisha Hot News
1 Min Read

ଭୁବନେଶ୍ଵର: କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜଙ୍କ ମଧ୍ୟରୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍ବର୍ଗତ ଚିନାରାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକ ଓ ନିଖୋଜଙ୍କ ପରିବାରବର୍ଗଙ୍କୁ ସେଠାରେ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ କେରଳ ପଠାଯାଇଛି।

ସେମାନେ କେରଳ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ତ୍ବରାନ୍ବିତ କରିବେ। ଏଥିସହିତ କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏସ୍‌ଆର୍‌ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share This Article