ଭୁବନେଶ୍ୱର ଏବଂ ପଲାସା ମଧ୍ୟରେ ଚାଲୁରହିଥିବା ଅମୃତ ଷ୍ଟେସନର ଅଗ୍ରଗତି ସମୀକ୍ଷା

Odisha Hot News
1 Min Read

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ଭୁବନେଶ୍ୱର-ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ତାଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟର ନିର୍ମାଣକାରୀ ଦଳ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ ଏସ ବାଜୱାଙ୍କ ନେତୃତ୍ୱରେ ମଣ୍ଡଳ ସ୍ତରର ଅଧିକାରୀମାନେ ଯୋଗ ଦେଇଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ଅମୃତ ଷ୍ଟେସନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସପକ୍ଷରେ ଗୁରୁତ୍ୱାରୋପ କରିଥିଲେ।  ଅମୃତ ଷ୍ଟେସନ ପ୍ରକଳ୍ପ ଓ ନୀରିକ୍ଷଣ କରାଯାଇଥିବା ଷ୍ଟେସନ ଗୁଡିକ ହେଉଛି ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା ରୋଡ୍, ଲିଙ୍ଗରାଜ ଷ୍ଟେସନ ରୋଡ୍, ପଲାସା ଏବଂ ଇଛାପୁରମ୍ ଅନ୍ତର୍ଭୁକ୍ତ। ଏହି ଷ୍ଟେସନଗୁଡିକରେ ଚାଲିଥିବା ନିର୍ମାଣ କାର୍ଯ୍ୟର ବର୍ତ୍ତମାନର ସ୍ଥିତିକୁ ମଧ୍ୟ ମହାପ୍ରବନ୍ଧକଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା।

ଏହା ସହିତ ଶ୍ରୀ ଫୁଙ୍କୱାଲ ବିଭିନ୍ନ ରେଳ ଷ୍ଟେସନରେ ଟ୍ରାଫିକ୍ ସୁବିଧା ଏବଂ ଯାତ୍ରୀମାନଙ୍କ ସୁବିଧା ସମ୍ବନ୍ଧୀୟ ଭିତ୍ତିଭୂମି ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ମଧ୍ୟ ନିରୀକ୍ଷଣ କରିଥିଲେ।  ଯାତ୍ରୀମାନଙ୍କୁ ଉନ୍ନତ ସେବା ଏବଂ ସୁବିଧା ଯୋଗାଇବାର ଗୁରୁତ୍ୱକୁ ଦର୍ଶାଇ ଏହି ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Share This Article