ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକ: ଜାଣନ୍ତୁ କ’ଣ ହେଲା ଆଲୋଚନା?

Odisha Hot News
0 Min Read

ଭୁବନେଶ୍ଵର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଏସବୁ ବିଷୟରେ ଅବଗତ ଅଛନ୍ତି। ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବେ।

Share This Article