ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, କିଡନୀ ରୋଗରେ ଆକ୍ରାନ୍ତ ଥିଲେ ମୃତକ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଅନୁଗୁଳ ରେଳପଥର ହେଲେଇ ଗ୍ରାମ ନିକଟ ରେଳ ଧାରଣାରୁ ଆଜି ସକାଳ ୭ ଟା ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ୍। ମୃତ ଯୁବକ ଜଣକ ହେଲେ ହେଲେଇ ଗ୍ରାମର ରାମା ବେହେରା।

ସୂଚନାଯୋଗ୍ୟ ଯେ, ରାମା ବେହେରା କିଛି ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ହେଲେ ସେ ବହୁତ ଚିକିତ୍ସା ପରେ ମଧ୍ୟ ରୋଗ ଭଲ ନ ହେବା କାରଣରୁ ଆଜି ସକାଳୁ କୈାଣସି ଏକ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଥିବା ସୂଚନା ମିଳିଛି।

Share This Article