ଅଭିମାନୀ ମହାଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ: ତିନି ରଥର ଦକ୍ଷିଣମୋଡ ଆଜି

Odisha Hot News
1 Min Read

ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ରଣପୁର ରଥ ଯାତ୍ରାର ହେରା ପଚଂମୀ ଅବସରରେ ଆଜି ଚଳଚଚଂଳ ହୋଇଉଠିଛି। ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାପାଇଁ ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟରେ ଶ୍ରଦ୍ଧାଳୁଙ୍କ ଭିଡଜମିଥିବା ପରିଲିଖିତ ହୋଇଛି। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କୁ ବଡଦେଉଳରେ ଏକାକି ଛାଡି ମହାପ୍ରଭୁ ବଡ ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ଧରି ନଅ ଦିନ ପାଇଁ ମାଉସୀ ମା ମନ୍ଦିର ଯାତ୍ରା କରିଥିବାରୁ ଆଜି କ୍ରୋଧାନ୍ୱିତ ହୋଇ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଥିଲେ।

ତେବେ ଭଉଣୀ ବିମଳାଙ୍କ ଠାରୁ ମୋହିନୀ ଚୂର୍ଣଂ ପାଇ ପଚୁଂ ମହାଦେବ ଗହଣରେ ଯଥା ଶ୍ରୀ ସ୍ୱପ୍ନେଶ୍ୱରଦେବ, ଶ୍ରୀ ଚଣ୍ଡେଶ୍ୱରଦେବ, ବାଲୁଙ୍କେରଶ୍ୱଦେବ  ଶ୍ରୀ ହରିହରେଶ୍ୱରଦେବ ଓ ଶ୍ରୀ ଦଣ୍ଡାବାଲୁଙ୍କେଶ୍ୱରଦେବ ଆଦି ଶ୍ରୀଜୀୟୁ ମାନଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଠାରେ ପହଚିଂଥିଲେ। ଗୁଣ୍ଡିଚା ମନ୍ଦିରରେ ଜଗନ୍ନଥଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରାସା ଯାଇଥିବା ମହାଲକ୍ଷ୍ମୀ ଦେଖିବାକୁ ପାଇଥିଲେ। ପରେ ଗୁଣ୍ଡିଚା ମନ୍ଦିରରେ ଆଳତୀ ସମାପନ ହୋଇଥିଲା।

ଆଳତୀ ପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟରେ ପହଚିଂଥିଲେ। ସେଠାରେ କ୍ରୋଧାନ୍ୱିତ ମା ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀ ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ। ଆଜି ତିନି ରଥ ଦକ୍ଷିଣ ମୋଡ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ଠାରୁ ଜଣାଯାଇଛି। ଆଡପ ମଣ୍ଡପରେ ତିନି ଠାକୁର ଆଜି ରାଜରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି।

Share This Article