ଆମେ ପୁଣି ଲୋକଙ୍କ ଆର୍ଶିବାଦ ପାଇବା, ବିଜୁ ଶ୍ରମିକ ସଂଗଠନ ସଦସ୍ୟଙ୍କୁ କହିଲେ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ର ଅଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଙ୍କ ନେତୃତ୍ୱ ରେ ସାରା ଓଡିଶାରୁ ଆସିଥବା ସାମୁଖ୍ୟର କର୍ମକର୍ତ୍ତା ମାନେ ଗତକାଲି ସନ୍ଧ୍ୟାରେ ନବୀନ ନିବାସଠାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଶ୍ରମିକମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ମୁଁ ଆପଣମାନଙ୍କ ସହିତ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କ ସେବା ଜାରି ରଖନ୍ତୁ।

ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି ଥିଲେ।

ଏହି ସାକ୍ଷାତ ସମୟ ରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବ ମହାନ୍ତି, ଶ୍ରୀ ରାଜୀବ ମହାନ୍ତି, ଶ୍ରୀ ଵାଲା ରାୟ ଶ୍ରୀ ପ୍ରଦ୍ୟୁମ୍ନ ସାମଲ ଓ ଶ୍ରୀ ଜୁମର ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share This Article