ପୁରୀ ରଥଯାତ୍ରା ବେଳେ ଭିଡ଼ର ସୁଯୋଗ ନେଇ ଲୁଟ: ୮ ପକେଟମାର ଗିରଫ, ୩୯ ମୋବଇଲ ଜବତ

Odisha Hot News
1 Min Read

ପୁରୀ: ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ଜାରି ରହିଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ତେବେ ଏହାର ସୁଯୋଗ ନେଇ କିଛି ଲୁଟେରା ମାନେ ଭକ୍ତଙ୍କ ନିକଟରୁ ମୋବାଇଲ ଓ ଟଙ୍କା ଲୁଟି ନେଉଛନ୍ତି। ତେବେ ଏହା ଉପରେ କଡ଼ା ନଜର ରଖିଛି ପୁରୀ ଟାଉନ ଥାନା ପୋଲିସ। ଆଜି ଆଇଆଇସି ସୁନୀଲ ପ୍ରଧାନ ୮ ପକେଟମାରଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୩୯ ଗୋଟି ଚୋରା ମୋବାଇଲ ଫୋନ ଜବତ ହୋଇଛି।

ଉକ୍ତ ଫୋନ ଗୁଡିକ ଭକ୍ତ ମାନଙ୍କ ହୋଇଥିବା ବେଳେ ଫୋନ ମାଲିକମାନେ ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ଫୋନ ନେଇଯିବାକୁ ଅନୁରୋଧ କରିଛନ୍ତି ଆଇଆଇସି ଶ୍ରୀ ପ୍ରଧାନ। ତେବେ ପୋଲିସର ଏହି ତ୍ୱରିତ ପଦକ୍ଷେପକୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି।

Share This Article