ସଡ଼କ ଦୁର୍ଘଟଣାରେ ମହିଳା ମୃତ: କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା ): ଝିଅର ପାଠ ପଢା ପାଇଁ ଆବଶ୍ୟକ କାଗଜପତ୍ର ଦସ୍ତଖତ କରିବାକୁ ଯାଉଥିବା ସମୟରେ ରାସ୍ତାରେ ମହିଳାଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ଗ୍ରାମବାସୀ କ୍ଷତି ପୂରଣ ଦାବିରେ ଶବରଖି ବେତଗଡ ଠାରେ ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତ ଖର୍ସାଲୀ ଗ୍ରାମର ଯମୁନା ମୁଣ୍ଡା ଝିଅ ଯୁକ୍ତ ୨ ପାଠ ପଠା ପାଇଁ ଆବଶ୍ୟକ କାଗଜ ପତ୍ର ଦସ୍ତଖତ କରିବା ପାଇଁ ଲୁହାପଙ୍କ ସରପଞ୍ଚଙ୍କ ପାଖକୁ ଯାଉଥିବା ବେଳେ ରେଢ଼ାଖୋଲ -ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ବେତଗଡଠାରେ ଯମୁନା ମୁଣ୍ଡାଙ୍କୁ ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା। ପରିବାର ଲୋକ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀ ସହାୟତାରେ ରାସ୍ତା ରୋକ କରିଥିଲେ। ଯା’ ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା।

ଘଟଣା ସ୍ଥଳରେ ରେଢ଼ାଖୋଲଥାନାଧିକାରୀ ସବିତାଲତା ସେଠି ପହଞ୍ଚି ବୁଝାସୁଝା କରିଥିଲେ ସୁଦ୍ଧା ଉତ୍ୟକ୍ତ ଲୋକ ବୁଝି ନଥିଲେ। ଉପ ଜିଲ୍ଲାପାଳ ଆସି ଆମକଥା ବୁଝିଲେ ଯାଇ ଶବ ଉଠା ଯିବ ବୋଲି ଯିଦି କରିଥିଲେ। ଦୀର୍ଘ ୨ ଘଣ୍ଟା ପରେ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତି ପହଞ୍ଚିଥିଲେ। ସରକାରଙ୍କ ଠାରୁ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ରେଢ଼ାଖୋଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଥିବା ଜଣା ପଡିଛି।

Share This Article