ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Odisha Hot News
1 Min Read

ଭୁବନେଶ୍ବର: ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟିଛି। ସେ ରଥଟାଣିବା ବେଳେ ଶ୍ବାସରୁଦ୍ଧ ହୋଇପଡିଥିବାର ଜଣାପଡିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share This Article