ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ, କାକଟପୁରରୁ ଥିଲେ ୭ ଥର ବିଧାୟକ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ବରିଷ୍ଠ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ସେ ନେଇ ସେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଭୁବନେଶ୍ବରସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି।

ସୁରେନ୍ଦ୍ର ନାଥ ନାୟକ ଓଡିଶା ରାଜନୀତିରେ ସୁର ନାୟକ ଭାବେ ପରିଚିତ। କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅସ୍ତରଙ୍ଗ ପଂଚାୟତର ଚେୟାରମ୍ୟାନ ଭାବେ ନିଜର ରାଜନୈତିକ କ୍ୟାରିଆର ଆରମ୍ଭ କରିଥିଲେ ସୁରେନ୍ଦ୍ର ନାୟକ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏହାପରେ ସେ ୧୯୭୭ ଏବଂ ୧୯୮୫ ମସିହାରେ ଜନତା ପାର୍ଟିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୦ ଜନତା ଦଳରେ , ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ସୁରେନ୍ଦ୍ର ନାୟକ।

Share This Article