ବଦଳିଲା ଲକ୍ଷ୍ମୀ ବସର ରଂଗ ଓ ନାମ, ସେମାନେ ସବୁଜ କରିଥିଲେ ଏମାନେ ଗେରୁଆ କରିଦେଲେ

Odisha Hot News
1 Min Read

ଭୁବନେଶ୍ବର: ସରକାର ବଦଳିବା ସହିତ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ମଧ୍ୟ ହୋଇଯାଉଛି। କେବଳ ନାମ ନୁହେଁ ଏପରିକି ରଂଗ ମଧ୍ୟ ବଦଳି ଯାଉଛି। ଯାହାର ଜ୍ବଳନ୍ତ ଉଦାହରଣ ହେଲା ଲକ୍ଷ୍ମୀ ବସ ସେବା। ବିଜେଡି ସରକାର ବେଳେ ଏହି ସେବା ଆରମ୍ଭ ହୋଇଥିଲା। ଏବେ ବିଜେପି ସରକାର ଆସିବା ପରେ ସେ ସବୁର ପରିବର୍ତ୍ତନ କରି ଦେଉଛନ୍ତି।

ପ୍ରଥମେ ଏହି ସେବାର ନାମ ଲକ୍ଷ୍ମୀ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବସ ସେବା ଭାବେ ନାମକରଣ କରାଯାଇଛି। ଫଳରେ ସବୁ ଲକ୍ଷ୍ମୀ ବସରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଆରମ୍ଭ କରାଯାଇଛି। ସେତିକି ନୁହେଁ ଏହି ବସର ରଂଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବର ବିଜେଡି ସରକାରର ଶାଗୁଆ ରଂଗ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ବିଜେପି ସରକାରର ଗେରୁଆ ରଂଗ କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Share This Article