ବିଜେପିରେ ସାମିଲ ହେଲେ ଓଡ଼ିଶା କିନ୍ନର ସମାଜର ସଭାପତି ସୁଇଟି ସାହୁଙ୍କ ସହ ବହୁ କର୍ମକର୍ତ୍ତା

Odisha Hot News
1 Min Read

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡିଶା କିନ୍ନର ସମାଜର ରାଜ୍ୟ ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାର ସଭାପତି ଓ ସାଥୀ ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ସଭାପତି ପ୍ରିୟା, ବାଲେଶ୍ୱର ଜିଲ୍ଲା ସଭାପତି ପ୍ରିୟା, କେନ୍ଦୁଝର ଜିଲ୍ଲା ସଭାପତି ପ୍ରାଚୀ, ଯାଜପୁର ଜିଲ୍ଲା ସଭାପତି ସୁନିତା, ବରଗଡ ଜିଲ୍ଲା ସଭାପତି ମେହେନ୍ଦି, କେନ୍ଦ୍ରାପଡା ଜିଲ୍ଲା ସଭାପତି ଏଲିନା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ। ସେମାନେ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ସାଥୀ ମେନକା କିନ୍ନର ଉପସ୍ଥିତ ଥିଲେ।

Share This Article