ସପରିବାର ସହ ମା’ ଭଗବତୀଙ୍କ ଦର୍ଶନ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି

Odisha Hot News
1 Min Read

ଭୁବନେଶ୍ଵର: ଆଜି ଅପରାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ସପରିବାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ଏହି ଅବସରରେ ତାଙ୍କୁ ସ୍ଥାନୀୟ ପ୍ରଶାସନ, ମନ୍ଦିର ପ୍ରଶାସନ, କୋର୍ଟ ପ୍ରଶାସନ ଏବଂ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ମୁଖ୍ୟ ବିଚାରପତିଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ମନ୍ଦିର ମଧ୍ୟକୁ ପାଛୋଟିନେଇଥିଲେ।  ମୁଖ୍ୟ ବିଚାରପତି ନିଜ ପରିବାର ସହ ମା’ ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ।

ଏହି ଅବସରରେ ମୁଖ୍ୟ ବିଚାରପତି ମନ୍ଦିରର ଐତିହ ବିଷୟରେ ଓକିଲମାନଙ୍କଠାରୁ ପଚାରି ବୁଝିଥିଲେ। ତତସହିତ ମା’ ଙ୍କ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରିବାସହ ଜଗତର ମଙ୍ଗଳ କାମନା କରିଥିଲେ।

ବାଣପୁର ଓକିଲ ସଂଘର ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ସୁପ୍ରଭା ସାମନ୍ତରାୟ, ଦେବବ୍ରତ ବଡ଼ଜେନା ଏବଂ ସଭ୍ୟ ପଦ୍ମଜା ପଟ୍ଟନାୟକ, ଜଗନ୍ନାଥ ଭୋଳ, ସୁନୀଲ ମହାପାତ୍ର, ସୀତାରାମ ଅଗ୍ରୱାଲ, ପ୍ରଦୋଷ ପ୍ରଧାନ, ସନ୍ତୋଷ ପାତ୍ର ଆଦି ଏହି ଅବସରରେ ଉପସ୍ଥିତ ଥିଲେ।

Share This Article