ନିର୍ବାଚନ ସମୟରେ ମୃତ କର୍ମଚାରୀମାନଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପା ରାଶି ମଞ୍ଜୁରୀ: କେବଳ ଏହିମାନଙ୍କୁ ମିଳିବ ସହାୟତା

Odisha Hot News
1 Min Read

 ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚନ କାର୍ଯ୍ୟରେ ଥିବାବେଳେ ମୃତ୍ୟୁବରଣ କରିଥିବା ବିଭିନ୍ନ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ମୃତ କର୍ମଚାରୀମାନେ ହେଲେ ନବରଙ୍ଗପୁର ଜିଲ୍ଲାର ସ୍ୱର୍ଗତ ଅଲେଖ ରନ୍ଧାରି, ଦେବଗଡ଼ ଜିଲ୍ଲାର ସ୍ୱର୍ଗତ ପ୍ରସନ୍ନ କୁମାର ପ୍ରଧାନ, ବରଗଡ଼ ଜିଲ୍ଲାର ସ୍ୱର୍ଗତ ଗୁଣନିଧି ସାହୁ ଓ ସ୍ୱର୍ଗତ କବଲରାମ ଯାଦବ, ନୂଆପଡ଼ା ଜିଲ୍ଲାର ପ୍ରସନ୍ନ କୁମାର ନାଏକ, ଗଜପତି ଜିଲ୍ଲାର ସ୍ୱର୍ଗତ ସନ୍ତୋଷ କୁମାର ପାତ୍ର।

ଉକ୍ତ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଯଥାଶୀଘ୍ର ବିଧିମତେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ଧଳ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ନିର୍ବାଚନ କାର୍ଯ୍ୟରୁ ଫେରିବାବେଳେ ଆହତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ସନ୍ତୋଷ କୁମାର ରାଉତଙ୍କୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କ୍ୟାସ୍‌ଲେସ୍‌ ଚିକିତ୍ସା ବାବଦରେ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି।

Share This Article