ଯୋଗ ଦିବସରେ ସାମିଲ ହୋଇ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ଯୋଗ ଦିବସ। ଆଜି ସାରା ଭାରତ ପାଳନ କରୁଛି ଯୋଗ ଦିବସ। ସମସ୍ତେ ଏକାଠି ହୋଇ କରିଛନ୍ତି ଯୋଗ। କେବଳ ଭାରତ ନୁହେଁ ସାରା ବିଶ୍ବରେ ମଧ୍ୟ ଏହି ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଏହି ଦିବସ ପାଳିତ ହୋଇ ଆସୁଛି। ମୁଖ୍ୟତଃ ଲୋକମାନେ ନିରୋଗ ତଥା ସୁସ୍ଥ ରହିବା ପାଇଁ ଏହି ପ୍ରାଚୀନ ପଦ୍ଧତିକୁ ସମସ୍ତେ ବର୍ତ୍ତମାନ ଆପଣେଇବାରେ ଲାଗିଛନ୍ତି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ ଦିବସରେ ନିଜକୁ ସାମିଲ କରାଇଛନ୍ତି। ଆଜି ସକାଳୁ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଣ୍ଡିୟମରେ ପହଁଚି ଶହଶହ ଯୋଗ ଆଗ୍ରହୀଙ୍କ ସହିତ ଯୋଗ ଦେଇ ଯୋଗ କରିଛନ୍ତି। ତାଙ୍କ ସହିତ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ। ସେହିପରି ସାରା ରାଜ୍ୟରେ ମଧ୍ୟ ଏହି ଦିବସ ବେଶ ଧୂମଧାମରେ ପାଳନ କରାଯାଇଛି।

Share This Article